'ମସଜିଦ-ଏ-ନୁର' ଲୋକାର୍ପଣ ଉତ୍ସବ

ଜଟଣୀ: (ଶୁଭେନ୍ଦ୍ର ଶତପଥୀ) ଖୋର୍ଦ୍ଧା ଜିଲ୍ଲା ଜଟଣୀ ବାଛରା ପାଟଣାଠାରେ ରବିବାର ସନ୍ଧ୍ୟାରେ ମସଜିଦ-ଏ-ନୁର ମସଜିଦର ଶୁଭ ଲୋକାର୍ପଣ ଉତ୍ସବ ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୟଦ ଆଲେ ରସୁଲ ହାସମୀ ହବିବି ଯୋଗ ଦେଇ ମସଜିଦ ନୁର ର ରିବନ କାଟି ଲୋକାର୍ପଣ କରିଥିଲେ। ଅନ୍ୟତମ ଅତିଥି ଭାବେ ସହର-ଏ-କାଜି କଟକ ର ମୌଲାନା ଅବଦୁଲ ବାକି ସାହବ କିବଲା ଯୋଗ ଦେଇଥିଲେ। ମସଜିଦ ନୁର ଦୀର୍ଘଦିନ ଧରି ଅସ୍ଥାୟୀ ଗୃହରେ ଚାଲୁଥିଲା ବେଳେ ଆଜି ନିଜସ୍ୱ ଗୃହକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଅବସରରେ ବିଭିନ୍ନ ଜିଲ୍ଲାର ମୌଲବୀ ଓ ନମାଜିମାନେ ଯୋଗଦେଇ ଥିଲେ। ମଦରସାତୁଲ -ମଦିନାର ମୌଲାନା ତଥା ମସଜିଦ ନୁରର ଏମାମ ସେକ ଜାକିର ହୁସେନ ହବିବିଙ୍କ ତତ୍ୱ ବଧାନରେ ଆୟୋଜିତ ଏହି ଲୋକାର୍ପଣ ଉତ୍ସବରେ ମଦରସାର ପିଲାମାନଙ୍କ ଦ୍ୱାରା ନାତଖାନି,କୁରାନଖାନି ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥି ସହିତ ମୁଖ୍ୟ ଅତିଥିଙ୍କ ଦ୍ୱାରା ମିଲାଦଖାନି କରାଯାଇଥିଲା। ଏଥିରେ ସାରା ଦେଶର ମାନବ ସମାଜକୁ ଶାନ୍ତିର ବାର୍ତ୍ତା ଦେଇ ସମସ୍ତଙ୍କ ଲାଗି ମଙ୍ଗଳ କାମନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ସମସ୍ତଙ୍କୁ ଲଙ୍ଗରର ବ୍ୟବସ୍ଥା କରାଯାଇଥିବା ବେଳେ ବାଛରାପାଟଣା ଅଞ୍ଚଳରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ କୁ ମେହେମୁଦ ସରିଫ, ଅଜଗର ଖାନ, ହାଇଦର ଖାନ ହବିବି ଙ୍କ ସହିତ ଅନ୍ୟମାନେ ପରିଚାଳନା କରିଥିଲେ।