ଓଡ଼ିଶା ବଜେଟ୍ ଉପସ୍ଥାପିତ

ଭୁବନେଶ୍ୱର: ଆଜି ଓଡ଼ିଶା ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୬ ଲକ୍ଷ ୬୫, ୦୦୦ କୋଟି ଟଙ୍କାର ବଜେଟ୍ ରେ ଗରିବ,ମହିଳା,ଯୁବବର୍ଗ ଓ ଅନ୍ନଦାତାଙ୍କୁ ଦିଆଯାଇଛି ସର୍ବାଧିକ ଗୁରୁତ୍ବ । ସିଏମ୍ କିଷାନ ହେଲା କାଳିଆ ଯୋଜନାର ନୁଆଁ ନାମ। ସିଏମ କିଷାନ ଯୋଜନା ପାଇଁ ୧୯୩୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି ପୁରୀ ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନା ପାଇଁ ୧୦, ୦୦୦ କୋଟି, ସମୃଦ୍ଧ କୃଷକ ଯୋଜନା ପାଇଁ ୫, ୦୦୦ କୋଟି, ଶ୍ରୀ ଅନ୍ନ ଅଭିଯାନ ପାଇଁ ୬୪୯ କୋଟି ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି ଟଙ୍କା ଘୋଷଣା କରାଯାଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଜାଗାରେ ନୂଆ ଯୋଜନା ଆରମ୍ଭ ହୋଇଛି। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆରମ୍ଭ କଲେ ରାଜ୍ୟ ସରକାର। ରାଜ୍ୟର ନିଜସ୍ବ ସ୍ବାସ୍ଥ୍ୟ ବୀମା ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ। ଏହି ଯୋଜନାରେ ସରକାରୀ ଓ ବେସରକାରୀ ହସ୍ପିଟାଲରେ କ୍ୟାସ୍ଲେସ୍ ସେବା ମିଳିବ। ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ମଧ୍ୟ ଘୋଷଣା କରାଯାଇଛି।