ଯଦୁପୁର ସରକାରୀ ମମତାଜ ଅଲି ବିଦ୍ୟାଳୟରେ ବନଉତ୍ସବ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଯଦୁପୁର ସରକାରୀ ମମତାଜ ଅଲି ବିଦ୍ୟାଳୟରେ ବନଉତ୍ସବ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରୋଟାରୀ କ୍ଲବ ମେଟ୍ରୋ ଓ ଇନର ହ୍ଵିଲ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରୋଟାରୀ ସଭାପତି ଶ୍ରୀ ରସାନନ୍ଦ ରାଉତ, ସଂପାଦକ ଅନାଦି ସାହୁ, ନିମାଇଁ ପାଢ଼ୀ, ଜୟକୃଷ୍ଣ ତ୍ରିପାଠୀ, କୁଳମଣି ଦେଓ, ଶଶାଙ୍କ ମହାନ୍ତି, ଆଇଡବ୍ଲ ସଭାପତି ଗିନି ପଟ୍ଟନାୟକ, ସଂପାଦକ ବୈଜୟନ୍ତୀ ମାଳା ସାହୁ, ସଂଜୁକ୍ତା ନାୟକ, ପ୍ରଧାନ ଶିକ୍ଷକ ପ୍ରମୁଖ ଯୋଗ ଦେଇଥିଲେ। ପରିବେଶ ସନ୍ତୁଳନ ରକ୍ଷା କରିବା ନିମନ୍ତେ ଗଛ ଲଗାଇବାକୁ ସମସ୍ତେ ଆଗେଇ ଆସିବା ଉଚିତ ବୋଲି ରୋଟାରୀ ଓ ଇନର ହ୍ଵିଲର ସଦସ୍ୟ ମାନେ ମତବ୍ୟକ୍ତ କରିଥିଲେ।