ବଢ଼ୁଛି ଜଳକା ନଦୀର ଜଳସ୍ତର
ବାଲେଶ୍ଵର: ବଢ଼ୁଛି ଜଳକା ନଦୀର ଜଳସ୍ତର। ବାଲେଶ୍ଵର ଜିଲ୍ଲା ମଥାନୀ ଠାରେ ବିପଦ ସଂକେତ ରହିଛି ୬.୫୦ ମିଟର। ଆଜି ସକାଳ ୬ଟା ସୁଦ୍ଧା ୬.୬୭ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ସୂଚନା। ସମ୍ବଲପୁର ଜିଲ୍ଲା ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୮.୧୭ ଫୁଟ୍ ଥିଲା ଜଳସ୍ତର।