ଗଛରେ ପିଟିହେଲା ପିକ୍ଅପ ଭ୍ୟାନ, ୯ ଶ୍ରମିକ ଆହତ
ବୌଦ୍ଧ: ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ-୫୭ ଜହ୍ନାପଙ୍ଗ ବୁରକଟା ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା ପିକ୍ଅପ ଭ୍ୟାନ। ଦୁର୍ଘଟଣାରେ ୯ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ୨ ଗୁରୁତର ସୂଚନା। ବୌଦ୍ଧରୁ ସୋନପୁର ଅଭିମୁଖେ ଇଲେକ୍ଟ୍ରି କାମ କରିବା ପାଇଁ ଯିବାବେଳେ ଦୁର୍ଘଟଣା ଘଟିଛି।