ଶ୍ରୀଜିଉଙ୍କ ଲାଗି ବେଙ୍ଗାଲୁରୁରୁ ଆସିଛି ଦୟଣା

Apr 21, 2024 - 12:57
 63

ପୁରୀ: ଆଜି ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ ଦୟଣା ଚୋରି ନୀତି । ବାଙ୍ଗାଲୋରରୁ ଆସିଛି ମହାପ୍ରଭୁଙ୍କ ଦୟଣା । ଓଡ଼ିଶା ଜଳବାୟୁରେ ଦୟଣା ଉତ୍ପାଦନ ହେଉ ନଥିବାରୁ ବାଙ୍ଗାଲୋରରୁ କିଛି ଓଡ଼ିଆ ଏହାକୁ ପଠାଇଛନ୍ତି । ପୂର୍ବରୁ ଦକ୍ଷିଣ ଭାରତରୁ ମହାପ୍ରଭୁଙ୍କ ପାଇଁ ଦୟଣା ଆସୁଥିବା ପରମ୍ପରା ରହିଛି । ଜଗନ୍ନାଥ ସଂସ୍କୃତି ଅନୁସାରେ ପ୍ରଭୁ ଜଗନ୍ନାଥ ଆଜି ଜଗନ୍ନାଥ ବଲ୍ଲଭରେ ଦୟଣା ଚୋରି କରିଥିଲେ । ଦୟଣା ଓ ପୁଷ୍ପପ୍ରିୟ କାଳିଆ ସାଆନ୍ତଙ୍କ ଲାଗି ଏହି ନୀତି ପାଳନ କରାଯାଏ। ଜଗନ୍ନାଥ ବଲ୍ଲଭରୁ ଦୟଣା ଓ ସୁଗନ୍ଧିତ ପୁଷ୍ପ ଆଣି ଶ୍ରୀଜୀଉଙ୍କ ମସ୍ତକରେ ଲାଗି ହେବ ।