ଶିମିଳିପାଳର ୩୦ଟି ପଏଣ୍ଟରେ ନିଆଁ
କରଞ୍ଜିଆ: ଆଜି ମୟୂରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ଅଭୟାରଣ୍ୟର ୩୦ଟି ପଏଣ୍ଟରେ ନିଆଁ ଲାଗିଥିବା ଜଣାପଡ଼ିଛି। ଉତ୍ତର ଶିମିଳିପାଳର ଗୁଡୁଗୁଡ଼ିଆ ଓ କେଣ୍ଡୁମୁଣ୍ଡି ରେଞ୍ଜର ବିଭିନ୍ନ ସ୍ଥାନରେ ଲାଗିଛି ନିଆଁ। ତଳବନ୍ଦ ରେଞ୍ଜର ମଧ୍ୟ ବହୁ ସ୍ଥାନରେ ଲାଗିଛି ନିଆଁ। ପାହାଡ଼ କୁ ପାହାଡ଼ ମାଡ଼ି ଚାଲିଛି ନିଆଁ। ତେବେ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ବନ ବିଭାଗ କର୍ମଚାରୀ।