ଛତ୍ରପୁର ଉପକାରାଗାରରେ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପକାରାଗାରରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା। କଏଦୀ ଜଣକ ହେଲେ ରମ୍ଭା ଅଞ୍ଚଳର ଆଶୁତୋଷ ନାହକ। ୩ ମାସ ତଳେ କୋଦଳା ଜେଲ୍ ରୁ ଛତ୍ରପୁର ଉପକାରାଗାରକୁ ଆସିଥିଲେ ଆଶୁତୋଷ। ଧାରୁଆ ଅସ୍ତ୍ରରେ ନିଜ ବେକ କାଟିବା ପାଇଁ ସେ ଉଦ୍ୟମ କରୁଥିବା ବେଳେ ତାଙ୍କୁ ଉପକାରାଗାର କର୍ମଚାରୀ କାବୁ କରିଥିଲେ।