ଗଣେଶ ପୂଜା ଭସାଣି ବେଳେ ଛୁରାମାଡ଼; ନାବାଳକ ମୃତ

Sep 11, 2024 - 14:51
 7

ଆଠଗଡ଼: କଟକ ଜିଲ୍ଲା ଖୁଣ୍ଟୁଣି ଥାନା ଧୁଋଷିଆ ଗାଁରେ ଗଣେଶ ପୂଜା ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ ହୋଇଛି। ଦୁଇ ସାହି ମଧ୍ୟରେ ପାଟିତୁଣ୍ଡ ଓ ଛୁରାମାଡ଼ ହୋଇଥିବା ଜଣାପଡ଼ିଛି। ଆକ୍ରମଣରେ ୫ ଜଣ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଜଣେ ୧୧ ବର୍ଷର ନାବାଳକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବଣ୍ଟି ସାମଲ।