ଇନୋଭେର ସଫ୍ଟୱେର୍ ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡ ର ବାର୍ଷିକ ଗ୍ଲୋବାଲ୍ ସମ୍ମିଳନୀ

ଭୁବନେଶ୍ୱର: ଆମେରିକାର ସ୍ବାସ୍ଥ୍ୟସେବା ଯୁକ୍ତ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ର ର ଏକ ପ୍ରମୁଖ ନାମ ଇନୋଭେର ସଫ୍ଟୱେର୍ ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡ୍ ୨୦୧୫ ମସିହାରେ ଭୁବନେଶ୍ୱରରେ ଏହାର କାର୍ଯ୍ୟ ପ୍ରତିଷ୍ଠା କରିବା ପରଠାରୁ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ଏହି ବର୍ଷ ଇନୋଭାରେ ଭୁବନେଶ୍ୱର ଦଳର ଦକ୍ଷ ନେତୃତ୍ୱରେ କମ୍ପାନୀ ଏହା ବିଶ୍ଵସ୍ତରୀୟୟ ବାର୍ଷିକ ସମ୍ମିଳନୀ କୁ ଭୁବନେଶ୍ବର ଠାରେ ସଫଳତା ର ସହ ସମ୍ପାଦନ କରିଅଛି | ଶିଳ୍ପ ବିଶେଷଜ୍ଞ, ଗ୍ରାହକ ଗଣ , ଅଂଶୀଦାର, ଏବଂ କର୍ମଚାରୀଙ୍କ ଏହି ବାର୍ଷିକ ସମାବେଶ ଯାହା ନୂତନତ୍ୱ, ଉତ୍କର୍ଷତା ଏବଂ ଗ୍ରାହକ ସନ୍ତୋଷ ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ଦର୍ଶାଇଛି | ଏହି ବାର୍ଷିକ ସମିଳନୀ ଇନୋତ୍ସଵ ୨୦୨୩ ରେ ପୂର୍ବ ବର୍ଷ ର ସଫଳତା ଏବଂ ଉଚ୍ଚାଭିଳାଷୀ ଭବିଷ୍ୟତ ବିଷୟରେ ଆଲୋକପାତ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଅତ୍ୟାଧୁନିକ ଶିଳ୍ପ ଧାରା ଏବଂ ଏ ଆ ଇ ଏବଂ ଏମ୍ ଏଲ୍ ପରି ବୈଷୟିକ ପ୍ରଗତି ଉପରେ ଧ୍ୟାନ ଦେଇ ବିଭିନ୍ନ ଅଧିବେଶନ, ଆଲୋଚନା, ଏବଂ ଉପସ୍ଥାପନା କରାଯାଇଥିଲା | କମ୍ପାନୀ ଆସନ୍ତା ଦିନରେ ବ୍ରିଟେନ ଏବଂ ଅଷ୍ଟ୍ରେଲିଆରେ ଏହାର ବ୍ୟବସାୟ ପ୍ରତିଷ୍ଠା କରିବାକୁ ଯୋଜନା କରୁଛି। ଏହି ଅବସର ରେ ଶ୍ରୀ ରାଉତ ଏବଂ ଶ୍ରୀ ମିଶ୍ର ବିଗତ ୮ ବର୍ଷ ମଧ୍ୟରେ ଏକ ଛୋଟ କମ୍ପାନୀ ରୁ ବିଶ୍ୱ ସ୍ତରୀୟ ସଂସ୍ଥା ହବାର କମ୍ପାନୀ ର ଯାତ୍ରା ସମ୍ବନ୍ଧରେ ଉପସ୍ଥିତ ଅତିଥିଗଣଙ୍କୁ ଜଣାଇଥିଲେ। କମ୍ପାନୀ ସିଇଓ ଶ୍ରୀ ପ୍ରଭାତ ରାଉତ ଏବଂ ସିଆଇଓ ଶ୍ରୀ ମୋହର ମିଶ୍ର ଉପସ୍ଥିତ ଲୋକଙ୍କୁ କୃତଜ୍ଞତା ଜଣାଇବା ସହ କମ୍ପାନୀର ଭବିଷ୍ୟତ ପାଇଁ ସେମାନଙ୍କର ଦୃଷ୍ଟିକୋଣ ବିଷୟରେ ଆଲୋଚନା କରିଥିଲେ । ନୂତନତ୍ୱ, ଗ୍ରାହକ -କେନ୍ଦ୍ରିକ ସମାଧାନ ଏବଂ କ୍ରମାଗତ ଅଭିବୃଦ୍ଧି ପାଇଁ କମ୍ପାନୀର ପ୍ରତିବଦ୍ଧତା ଉପରେ ସିଇଓ ଗୁରୁତ୍ୱାରୋପ କରିଥିଲେ। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଲ୍ୟାବ ପ୍ରତିଷ୍ଠା ପାଇଁ କମ୍ପାନୀ ଓଡିଶା ସରକାରଙ୍କ ଅଧିକାରୀଙ୍କ ସହ ଆଲୋଚନା କରୁଛି। ବାର୍ଷିକ ଗ୍ଲୋବାଲ୍ ସମ୍ମିଳନୀରେ ଯୋଗ ଦେଇଥିବା ଏବଂ ଏହାର ସଫଳତା ପାଇଁ ଯୋଗଦାନ କରିଥିବା ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି | କମ୍ପାନୀ ବିଶ୍ବାସ କରେ ଯେ ସହଯୋଗ ବୃଦ୍ଧି, ଜ୍ଞାନ ର ଆଦାନ ପ୍ରଦାନ ଏବଂ ବୈଷୟିକ ବିଦ୍ୟା ର ଉତ୍କୃଷ୍ଟତା ବଢାଇବା ପାଇଁ ଶିଳ୍ପକୁ ପ୍ରେରଣା ଦେବାରେ ଏହିପରି ସମାବେଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ |