ମିଶନ ଆଶ୍ରାରେ ମାନସିକ ଭିର୍ଣକ୍ଷମ ମାନଙ୍କ ସହ ଦୀପାବଳି ଉତ୍ସବ ପାଳିଲେ ଜିଲ୍ଲାପାଳ

Nov 10, 2023 - 20:08
 57
ମିଶନ ଆଶ୍ରାରେ ମାନସିକ ଭିର୍ଣକ୍ଷମ ମାନଙ୍କ ସହ ଦୀପାବଳି ଉତ୍ସବ ପାଳିଲେ ଜିଲ୍ଲାପାଳ

ଝାରସୁଗୁଡା, ତାରିଖ ୧୦/୧୧/୨୦୨୩

    ଝାରସୁଗୁଡା ଜିଲ୍ଲାରେ ଜିଲ୍ଲା ଖଣିଜ ପାଣ୍ଠି  ଜିଲ୍ଲା ପ୍ରଶାସନ  ମିଳିତ ସହାୟତାରେ  ପିପୁଲସ ଫୋରମ ଦ୍ୱାରା ମାନସିକ ଭିର୍ଣକ୍ଷମ ମହିଳା ମାନଙ୍କ ଥଇଥାନ ପାଇଁ ମିଶନ ଆଶ୍ରା ୨୦୧୬ ମସିହାରୁ ପରିଚାଳିତ ହୋଇ ଆସୁଅଛି ଏହି ମିଶନ ଜରିଆରେ ପିପୁଲସ ଫୋରମ ଅନେକ ନିରାଶ୍ରୟ ମାନସିକ ରୋଗୀ ମାନଙ୍କୁ ଆଶ୍ରୟ ଦେଇ ସେମାନଙ୍କୁ ସୁସ୍ଥ କରାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବାର ନିରବିଛିର୍ଣ ପ୍ରୟାସ ଜାରି ରଖିଛିକେବଳ ମାନସିକ ଭିର୍ଣକ୍ଷମ ମହିଳା ନୁହନ୍ତି ମାନସିକ ଭିର୍ଣକ୍ଷମ ପୁରୁଷ  ତାସହିତ ନିଶା ନିବାରଣ  ବୃଦ୍ଧାଶ୍ରମ ମଧ୍ୟ ଏହି ଜିଲ୍ଲାରେ ପିପୁଲସ ଫୋରମ ପରିଚାଳନାରେ କାର୍ଯ୍ୟରତ  ହୋଇ ଆସୁଅଛି ଏହି ଥଇଥାନ କେନ୍ଦ୍ର ମାଧ୍ୟମରେ ଝାରସୁଗୁଡା ତଥା ଅନ୍ୟାନ୍ୟ ଜିଲ୍ଲାର ଜନସାଧାରଣ  ରାଜ୍ୟ ବାହାରର ଲୋକ ମାନେ ମଧ୍ୟ ଉପକୃତ ହେଉଛନ୍ତି ଏହି ସବୁ ଥଇଥାନ କେନ୍ଦ୍ର ଗୁଡିକରେ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଦେବା ସହ ବିଭିର୍ଣ ପ୍ରକାରର ବୈଷୟିକ ଶିକ୍ଷା ଦିଆଯାଇ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରୟାସ କରାଯାଇ ଥାଏ ଚିକିତ୍ସା ଦ୍ୱାରା ସେମାନଙ୍କ ଶାରୀରିକ  ମାନସିକ ଅବସ୍ଥା ରେ ସୁଧାର ଆସିବା ପରେ ସେମାନଙ୍କ ଘର ଠିକଣା ଖୋଜାଯାଇ ସେମାନଙ୍କୁ ସେମାନଙ୍କ ଉପଯୁକ୍ତ ଠିକଣା ରେ ପହଂଚାଯାଇଥାଏ ପିପୁଲସ ଫୋରମ ତାର ଅନ୍ୟ ଥଇଥାନ କେନ୍ଦ୍ର ଗୁଡିକରେ ବର୍ଷ ତମାମ ବିଭିନ୍ନ ଆଞ୍ଚଳିକ  ଜାତୀୟ ପର୍ବ ସବୁ ପାଳନ କରିଆସୁଛି  ଏହାଦ୍ୱାରା ଅନ୍ତଵାସୀ ମାନଙ୍କର ମାନସିକ ସ୍ତିତି ରେ ସୁଧାର ଆସିବା ସହିତ ଏକ ପାରିବାରିକ  ସାମାଜିକ ବାତାବରଣ ସୃଷ୍ଟି ହୋଇପାରୁଛି 

       

ସବୁ ବର୍ଷ ଭଳି ଏହି ବର୍ଷ ମଧ୍ୟ ଆଲୋକର ପର୍ବ ଦୀପାବଳି ପର୍ବ ଖୁବ ଧୁମଧାମରେ ପାଳନ କରାଯାଇଛିଅନ୍ତେବାସୀ  ଅନ୍ତେବାସିନୀ ମାନେ ଅତିଥି ମାନଙ୍କ ଗହଣରେ ପ୍ରଦୀପ ପ୍ରଜ୍ବଳନ କରି  ବାଣ ଫୁଟାଇ ଦୀପାବଳି ପାଳନ କରିଥିଲେ ଏହା ସହିତ ଅନ୍ତେବାସୀ, ଅନ୍ତେବାସିନୀ  କର୍ମଚାରୀ ମାନଙ୍କ ଦ୍ୱାରା ବିଭିର୍ଣ୍ଣ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲାଏହି ଉତ୍ସବରେ ଝାରସୁଗୁଡା ଜିଲ୍ଲାର ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରବନେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ, ଅତିରିକ୍ତ ଜିଲ୍ଲାପାଳ ଝାରସୁଗୁଡା, ଶ୍ରୀଯୁକ୍ତ ଲଙ୍କେଶ୍ୱର ଅମାତ (ରାଜସ୍ବ), ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ସନନ୍ଦ ମହାରଣା, ଅଧ୍ୟାପିକା ତଥା କବି ଶ୍ରୀମତୀ ମନ୍ଦାକିନୀ ଶତପଥି, ଶିକ୍ଷାବିତ  ସମାଜସେବୀ ଶ୍ରୀମତୀ କବିତା ପଣ୍ଡା, ପୂର୍ବତନ ଅଧିକ୍ଷକ ଲାଷ୍ମୀ ନାରାୟଣ ମହାବିଦ୍ୟାଳୟ ଶ୍ରୀଯୁକ୍ତ ନରେନ୍ଦ୍ର ପଣ୍ଡା, ଏଇତ ଜୀବନ ସ୍ବେତ୍ସାସେବୀ ଅନୁଷ୍ଠାନ   ସଭାପତି ଶ୍ରୀମତୀ ସୁଜାତା ମିଶ୍ର, ପିପୁଲସ ଫୋରମ  ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ଜେଠି, ଝାରସୁଗୁଡା ଜିଲ୍ଲାର ଅନ୍ୟାନ୍ୟ ବୁଦ୍ଧିଜୀବୀ, ସମାଜସେବକ  ଗଣମାଧ୍ୟମ ପ୍ରୀତିନିଧି ମନେ ଯୋଗ ଦେଇ ଥିଲେ  

      ଜିଲ୍ଲାପାଳ ମହୋଦୟା ମାନସିକ ବିକାରଗ୍ରସ୍ତ ଅନ୍ତେବାସିନୀ ମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ନୃତ୍ୟ କୁ ଭୁରି ଭୁରି ପ୍ରଶଂସା କରିବା ସହ ସେମାନଙ୍କୁ ତାଲିମ ଦେଇଥିବା କର୍ମଚାରୀ ମାନଙ୍କୁ ସେମାନଙ୍କ ଏହି ଭଳି କାମ ପାଇଁ ଧନ୍ୟବାଦ ଦେବା ସହ ଉତ୍ସାହିତ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ଙ୍କର ଆଧ୍ୟାତ୍ମିକଧର୍ମୀ ବାର୍ତା ବେଶ ଶିକ୍ଷଣୀୟ  ଦୈନନ୍ଦିନ ଜୀବନ ପାଇଁ ପଯୋଗାତ୍ମକ ସାବ୍ୟସ୍ତ ହୋଇଥିଲା ଅନ୍ୟାନ୍ୟ ସରକାରୀ ଅଧିକାରୀ ମାନେ ମଧ୍ୟ ପିପୁଲସ ଫୋରମ  ଏହି ଭଳି ସାମାଜିକ ଉର୍ଣ୍ଣତି ମୁଳକ କାର୍ଯ୍ୟ ପାଇଁ ସାଧୁବାଦ ଜଣାଇଥିଲେ

ସର୍ବଶେଷରେ ପିପୁଲସ ଫୋରମ  ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ଜେଠି ଧନ୍ୟବାଦ ଅର୍ପଣ କରିଥିଲେ  ଏଠାକାର କର୍ମଚାରୀ, ଅନ୍ତେବାସିନୀ  ଅନ୍ତେବାସୀ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେଏହି କାର୍ଯ୍ୟକ୍ରମ କୁ ପିପୁଲସ ଫୋରମ  ସମସ୍ତ କର୍ମଚାରୀ ମାନେ ଆୟୋଜନ କରିଥିଲେ