ଶିମିଳିପାଳରେ ୨୧ ଶିକାରୀ ଗିରଫ, ୧୬୫ ବନ୍ଧୁକ ଜବତ

Aug 9, 2023 - 18:31
Aug 28, 2023 - 14:34
 45
ଶିମିଳିପାଳରେ ୨୧ ଶିକାରୀ ଗିରଫ, ୧୬୫ ବନ୍ଧୁକ ଜବତ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟରଣ୍ୟର ଆଖପାଖରୁ ୨୧ ଜଣ ଶିକାରୀ ଗିରଫ ହୋଇଛନ୍ତି | ଗିରଫଦାରି ନେଇ ସୂଚନା ଦେଲେ ମୟୂରଭଞ୍ଜ ଏସ୍‌ପି ବି. ଗଙ୍ଗାଧର। ୧୪ଟି ଥାନା ଅଞ୍ଚଳରେ ସର୍ଚ୍ଚ ଅପରେସନରୁ ସଫଳତା ମିଳିଛି | ଏହି ଚଢ଼ାଉରେ ୧୬୫ ଦେଶୀ ବନ୍ଧୁକ ଓ ବନ୍ଧୁକ ତିଆରି ଯନ୍ତ୍ରାଂଶ ଜବତ କରାଯାଇଛି, ୫୦୦ ଗନ୍‌ ପାଉଡର, ବଜ୍ରକାପ୍ତା କାତି, ହରିଣ ଶିଙ୍ଗ ମଧ୍ୟ ଜବତ ହୋଇଛି| ଫରେଷ୍ଟ ଗାର୍ଡ ହତ୍ୟାକୁ ନେଇ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି।