ଗାଡ଼ି ଧକ୍କାରେ କଲରାପତରିଆ ବାଘର ମୃତ

ଗଞ୍ଜାମ : ଗଂଜାମ ଜିଲ୍ଲାର ଭଞ୍ଜନଗରରେ ଅଜଣା ଭାରିଯାନ ଧକ୍କାରେ କଲରାପତରିଆ ବାଘର ମୃତ୍ୟୁ ହୋଇଛି | ଉତ୍ତର ଘୁମୁସର ମୁଜାଗଡ଼ ଗାଁ ନିକଟ ମୁଖ୍ୟ ରାସ୍ତାରୁ ବାଘର ମୃତଦେହ ଉଦ୍ଧାର ହୋଇଛି। ଗୁରୁତର ଅବସ୍ଥାରେ ପଶୁ ଚିକିତ୍ସାଳୟ ନେବା ବେଳେ ବାଟରେ ମୃତ୍ୟୁ ହେଇଥିଲା,ବାଘର ବୟସ ୪ରୁ ୫ ବର୍ଷ ହେବ। ଦୁର୍ଘଟଣାକୁ ନେଇ ବନବିଭାଗର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି|