ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ

Sep 29, 2023 - 05:02
 6
ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ

କଟକ: କଟକ ଚୌଧୁରୀ ବଜାରରେ ଜଳିଗଲା ଏକ ଲୁଗା ଦୋକାନ। ଏହି ଭୟାବହ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ଅଗ୍ନିଶମ ବିଭାଗର ୩ଟି ଟିମ୍ ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି। ତଳ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ପରେ ଏହା ଉପର ମହଲାକୁ ବ୍ୟାପିଯାଇଥିଲା। ଦୋକାନ ଭିତରେ କପଡ଼ା ସାମଗ୍ରୀ ଥିବାରୁ ନିଆଁର ପ୍ରକୋପ ଅଧିକ ରହିଥିଲା।