ଭସାଣ ପାଇଁ ଭୁବନେଶ୍ୱରରେ ସୁରକ୍ଷା କଡ଼ାକଡ଼ି

ଭୁବନେଶ୍ୱର: ମାଆ ଦୁର୍ଗାଙ୍କ ଭସାଣ ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମୁତୟନ ହେବେ ୩୧ ପ୍ଲାଟୁନ୍ ପୋଲିସ୍ ଫୋର୍ସ । ବିଭିନ୍ନ ସ୍ଥାନରେ ନଜର ରଖିବେ ୧୫୦ ଜଣ ବରିଷ୍ଠ ଅଧିକାରୀ। ଭୁବନେଶ୍ବରରେ ରହିଛି ମୋଟ ୧୮୮ଟି ପୂଜା ମେଢ଼। ରାଜଧାନୀରେ ଦୟା ଓ କୁଆଖାଇରେ କରାଯାଇଛି ୨ଟି ପୋଖରୀ। ସହିଦ ନଗର, ନୟାପଲ୍ଲୀ ଓ ଉତ୍ତର ଭୁବନେଶ୍ୱରରେ ଭସାଣ ଉତ୍ସବରେ ସାମିଲ ହେବେ ବିଭିନ୍ନ ପୂଜା କମିଟି। କଟକରେ ଦେବୀଗଡ଼ା ଘାଟରେ ପ୍ରସ୍ତୁତ ହୋଇଛି ଅସ୍ଥାୟୀ ପୋଖରୀ।