'ରଜ ପର୍ବ' ପାଳିତ

Jun 14, 2024 - 22:52
 99
'ରଜ ପର୍ବ' ପାଳିତ

ଝାରସୁଗୁଡ଼ା, ତା ୧୪/୦୬/୨୦୨୪ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଖଣିଜ ପାଣ୍ଠି ସହାୟତା ରେ ପରିଚାଳିତ ପୀପୂଲ୍ସ ଫୋରମ୍ ର  କଟାପାଲି ସ୍ଥିତ ମିଶନ ଆଶ୍ରା ରେ ଆଡମ୍ବର ସହିତ ଓଡ଼ିଶା ର ଗଣପର୍ବ 'ରଜ ପର୍ବ' ପହିଲି ରଜ ରେ ପାଳିତ ହୋଇଯାଇଛି। ଭାରତ ବର୍ଷ ର ପ୍ରତି କୋଣ  ଅନୁକୋଣ  ରୁ ଅନ୍ତେବାସୀ ମାନେ ଚିକିତ୍ସିତ ଓ ଥଇଥାନ ହୋଇଥିବା ରୁ ସବୁ ପର୍ବ ପର୍ବାଣୀ ପରି ରଜ ଉତ୍ସବ ପାଳନ କୁ  ପ୍ରାଧାନ୍ୟ ଦିଆଯାଇ ଥାଏ। ଏହି କୃଷି ଭିତ୍ତିକ ପର୍ବକୁ ଉପକୂଳ ଓଡ଼ିଶା ରେ ଯେମିତି ପାଳନ କରାଯାଏ ତାର ଦୃଷ୍ଟାନ୍ତ ମଧ୍ୟ ପଶ୍ଚିମ ଓଡିଶା ରେ ମିଶନ ଆଶ୍ରା ରେ ଆଜି ଦେଖିବାକୁ ମିଳିଛି।

ଏମିତି ତିନି ଦିନ ଧରି ରଜ ପର୍ବ କୁ ଧୁମ୍ ଧାମରେ ପାଳନ କରାଯିବ।ମିଶନ ଆଶ୍ରା ର  ସମସ୍ତେ ଅନ୍ତେବାସୀ ମାନେ ଏହି ପର୍ବ କୁ ମିଳିମିଶି ଉପୋଭୋଗ କରିଥିଲେ।ଅନ୍ତେବାସୀ ମାନେ ସକାଳୁ ନୂଆ ବସ୍ତ୍ର ପରିଧାନ କରିବା ସହିତ ମେହେନ୍ଦି, କୁକୁମ ଓ ଅଳତା ଲଗାଇ ସଜ ବାଜ ହୋଇ ବିଭିନ୍ନ ପ୍ରକାରର ପିଠା ଖାଇ ରଜ ଉତ୍ସବକୁ ଉପୋଭୋଗ କରିଥିଲେ। ସମସ୍ତେ ରଜ ଦୋଳି ରେ ବସି ରଜ ପାନ ଖାଇ ଓ ଗୁଣୁ ଗୁଣୁ ହୋଇ ରଜ ଗୀତ ଗାଇ ଦିନ ତମାମ ଏହି ପର୍ବ କୁ ଉପଭୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସର ରେ ଅନ୍ତେବାସୀ ଓ କର୍ମଚାରୀଙ୍କ ଙ୍କ ଦ୍ଵାରା ହୃଦୟସ୍ପର୍ଶୀ ନୃତ୍ୟ ପରିବେଷଣ କରାଯାଇଥିଲା ଯାହାକି କାର୍ଯକ୍ରମ ରେ ଉପସ୍ଥିତ ଥିବା ଅତିଥି ମାନଙ୍କ ଦ୍ଵାରା ପ୍ରଶଂସିତ ହୋଇଥିଲେ। ପିପୁଲ୍ସ୍ ଫୋରମ୍ ର ଉପ ସଭାପତି ତଥା ପଶ୍ଚିମ ଓଡ଼ିଶା ର ମୁଖ୍ୟ ସଞ୍ଜୟ କୁମାର ଜେଠୀ ଙ୍କ ର କହିବା ଅନୁଯାୟୀ ମିଶନ ଆଶ୍ରା ରେ ଦୀର୍ଘ  ୮ ବର୍ଷ ଧରି ଏହି ରଜ ପର୍ବ ପାଳିତ ହେଉଅଛି। ଅନ୍ୟ ମାନଙ୍କ ମଧ୍ୟ ରେ   ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସନନ୍ଦ ମହାରଣା, ଶିକ୍ଷାବିତ୍ ଓ  ସମାଜସେବୀ କବିତା ପଣ୍ଡା, କବ୍ୟତ୍ରି ଓ ଶିକ୍ଷାବିତ ମନ୍ଦାକିନୀ ଶତପଥୀ, ଝାରସୁଗୁଡ଼ା ର ସ୍ଵତନ୍ତ୍ର ବିଦ୍ୟାଳୟ ର ସଭାପତି ବିବେକାନନ୍ଦ ମିଶ୍ର, ୟଙ୍ଗ ଷ୍ଟାର ଚାରିଟେବୁଲ ଟ୍ରଷ୍ଟ ର ଅରବିନ୍ଦ ବାରିକ,ରାଜେଶ ପାଢ଼ୀ ଓ ବିଜୟ ସିୱାଲ, ଝାରସୁଗୁଡ଼ା ଫ୍ୟାସନ ମାର୍ଟ ର ଅଜୟ ଗାନ୍ଧୀ,ସମାଜ ସେବୀ ଗୁଡୁ ଥାପା ଓ ଅନ୍ୟାନ୍ୟ ବୁଦ୍ଧିଜୀବୀ ମାନେ  ଉପସ୍ଥିତ ଥାଇ ଅନ୍ତେବାସୀ ମାନଙ୍କ ଏହି ପର୍ବ କୁ ଉପଭୋଗ କରିଥିଲେ।