ୱିନର ଆସୋସିଏସନ୍ ପକ୍ଷରୁ ଆୟୋଜିତ ହେବାକୁ ଥିବା ଗଣେଶ ମହୋତ୍ସବରେ ପ୍ରଭୁ ଗଜାନନଙ୍କ ଶୁଣ୍ଢରେ ରୂପା ତାରକସି ଅଳଙ୍କାର ମୁଖ୍ୟ ଆକର୍ଷଣ

ଭୁବନେଶ୍ୱର: ୱିନର ଆସୋସିଏସନ୍ ସହିଦନଗର ଭୁବନେଶ୍ୱର ବଡ ଗଣେଶ ପୂଜା ନିମନ୍ତେ ସାରା ଓଡିଶା ରେ ପରିଚିତ। ଆସୋସିଏସନ୍ ପକ୍ଷରୁ ୨୦୦୭ ମସିହାରୁ ବିଘ୍ନରାଜ ପୂଜା ଶାନ୍ତି ଶୃଙ୍ଖଳାର ସହିତ ହୋଇଆସୁଅଛି । ଅନୁଷ୍ଠାନ ଗତ ୯ ବର୍ଷ କାଳଧରି ଓଡ଼ିଶାରେ ବଡ ଗଣେଷ କରୁଥିବା ଅନୁଷ୍ଠାନ ଭାବେ ପରିଚିତ। ବାହ୍ୟ ଆଡମ୍ବରରେ ନ ମାତି ପ୍ରଭୁ ଗଣେଷଙ୍କ ପୂକାର୍ଜନା ରୀତିନୀତି କିପରି ଠିକ୍ ହୋଇପାରିବ ସର୍ବଦା ଚେଷ୍ଟା କରାଯାଇଥାଏ। ଚଳିତ ବର୍ଷ ପ୍ରଭୁ ଗଜାନନଙ୍କର ଶୁଣ୍ଢରେ ରୂପା ତାରକସି ଅଳଙ୍କାର ତିଆରି କରାଯାଇଅଛି । ଏହା ଭକ୍ତଙ୍କ ପାଇଁ ମୁଖ୍ୟ ଆକର୍ଷଣ ହେବ। ମୂର୍ତ୍ତୀର ଉଚ୍ଚତା ୪୬ ଫୁଟ ରହିଛି। ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ଏତତ୍ ବ୍ୟତିତ ଧୁଡ଼ୁକି ବାଦ୍ୟ ଯନ୍ତ୍ର ର ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଅଛି। ସେପ୍ଟେମ୍ବର ୧୩ ତାରିଖରେ ମାତା କି ଜାଗରଣ ଭଜନ ସଂନ୍ଧ୍ୟାରେ ରାଏପୁରର କଳାକାର ଅଭୟ କୁମାର ଏବଂ ଗାୟିକା ସ୍ବର୍ଣ୍ଣ ମହନ୍ତ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷ ଶ୍ରୀ ଗଣେଷ ସପରିବାର ରୂପେ ପୂଜା ପାଇବେ । ତାଙ୍କ ପାଖରେ ୩୧ କିଲୋ ଲଡ଼ୁ ମଧ୍ଯ ରଖିବାର ବ୍ୟବସ୍ଥା କରାଯାଇଛି। ପ୍ରଥମ ଥର ପାଇଁ ଉଇନର ଆସୋସିଏସନ ପକ୍ଷରୁ ପ୍ରଭୁ ଗଣେଶଙ୍କ ଭଜନ "ଶୈଳ ସୁତା ସୁତ ଗଜାନନ " ରେକର୍ଡ କରାଯାଇଛି। ଏହାସହ ଉନ୍ନତ ମାନର ରଙ୍ଗ ବେରଙ୍ଗ ର ଆଲୋକ ସଜ୍ଜା ଓ ମିନା ବଜାର ଏବଂ ଦିର୍ଘ ୯ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହିତ ତା.୦୭/୦୯/୨୦୨୪ ଦିନ ଠାରୁ ୧୬/୦୯/୨୦୨୪ ଦିନ ପର୍ଯ୍ୟନ୍ତ ପ୍ରସାଦ ସେବନରର ବ୍ୟବସ୍ଥା କରାଯାଇଅଛି। ତା. ୧୭/୦୯/୨୦୨୪ ସନ୍ଧ୍ୟା ୫ ଘଟିକାରୁ ବିଷର୍ଜନ କାର୍ଯ୍ୟ ଆରମ୍ଭ ହେବ । ଅନାଥ ଆଶ୍ରମର ଅନ୍ତେବାସୀ ମାନଙ୍କୁ ଆଣି ପ୍ରସାଦ ସେବନ କରାଇବା ସହିତ ମନୋରଞ୍ଜନ କରାଇବାର ବ୍ୟବସ୍ଥା କରାଯାଇଅଛି । ପ୍ରତ୍ୟେକ ବର୍ଷପରି ଏହି ବର୍ଷ ମଧ୍ୟ ସମାଜର ବିଭିନ୍ନ ବର୍ଗର ବିଶିଷ୍ଠ ବ୍ୟକ୍ତି ବିଶେଷମାନେ ସଂନ୍ଧ୍ୟା ଆଳତୀରେ ଯୋଗଦାନ କରିବେ । ସର୍ବଶେଷରେ ସବୁ ଜନସାଧାରଣ ମାନେ ନିଜ ନିଜର ନାମ ଓ ଗୋତ୍ର ଦେଇ "ଦୁବ ଅର୍ଚ୍ଚନା” ପୂଜାରେ ନିଜକୁ ସାମିଲ୍ କରିପାରିବେ । ପୂଜା କମିଟି ମଧ୍ୟ ପୂଜା ହେଉଥିବା ସ୍ଥାନରେ କ୍ଷୀର ଓ ପାଣି ସ୍ପ୍ରେ କରି ପ୍ରଭୁ ଗଣେଶଙ୍କୁ ବିଦାୟ କରିଥାଏ। ଆଜିର କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଭମାନାଥ ମିଶ୍ର, ଉପଦେଷ୍ଟା ଜଗନ୍ନାଥ ପ୍ରଧାନ, ଅମରେଶ ଜେନା, ରୁଦ୍ରନାରାୟଣ ସାମନ୍ତରାୟ, ନରେନ୍ ସାହୁ, ଆଦିତ୍ୟ ନାରାୟଣ ରଥ, ଡ ନାରାୟଣ ମହାପାତ୍ର, ସୁଧୀର ଶତପଥୀ, ଉପ ସଭାପତି ମଳୟ ରଞ୍ଜନ ମହାପାତ୍ର, ସାଧାରଣ ସମ୍ପାଦକ ସୁନିଲ କୁମାର ତାଡ, ଯୁଗ୍ମ ସମ୍ପାଦକ ମନୋରଞ୍ଜନ ପଲେଇ, ପ୍ରକାଶ ନାୟକ, ଦେବାଶିଷ ମହାରଣା, ପ୍ରଭାତ ରାଓ, ସୂରଜ ପ୍ରଧାନ, ସୁନିଲ କୁମାର ସାହୁ, ଆର୍ଦଶ ପଟ୍ଟନାୟକ, କୋଶାଦକ୍ଷ ରମାକାନ୍ତ ସେନାପତି, ସାଂସ୍କୃତିକ ସମ୍ପାଦକ ନିରୋଜ କୁମାର ସାହୁଙ୍କ ସହିତ ଅନୁଷ୍ଠାନର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।