କେନ୍ଦ୍ରାପଡ଼ାରେ ବାର୍ଡ଼ ଫ୍ଲୁ ସନ୍ଦେହ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ରାସ୍ତା କଡ଼ରୁ ୪ ବସ୍ତା ମୃତ କୁକୁଡ଼ା ଠାବ ହୋଇଥିବା ଜଣାପଡ଼ିଛି। ଡେରାବିଶ ଥାନା ନିରସିଂହପୁର ପଞ୍ଚାୟତ ବାଇକିଆ ରାସ୍ତାରେ ପଡ଼ିଥିବା ଜଣାପଡ଼ିଛି। ପୁରୀରେ ବାର୍ଡ ଫ୍ଲୁ ବ୍ୟାପିବା ପରେ ଆତଙ୍କିତ ହୋଇଛନ୍ତି ଜନସାଧାରଣ। ଘଟଣାସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କଲେ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ।