ଆଜି ପବିତ୍ର ଶାମ୍ୱ ଦଶମୀ

କୋଣାର୍କ: ଆଜି ପବିତ୍ର ଶାମ୍ବ ଦଶମୀ। ସୂର୍ଯ୍ୟ ପୂଜା ପାଇଁ ଚଳଚଂଚଳ ହୋଇଉଠିଛି ଅର୍କ କ୍ଷେତ୍ର କୋଣାର୍କ। ଚନ୍ଦ୍ରଭାଗାରେ ସୂର୍ଯ୍ୟୋଦୟ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ। ଏହି ଦିନରେ ପୁରୀ ଜିଲ୍ଲା କୋଣାର୍କରେ ସୂର୍ଯ୍ୟ ରଥଯାତ୍ରା ଓ ସୌର ମହାଯଜ୍ଞ ଅନୁଷ୍ଠିତ ହେଉଛି। କୋଣାର୍କ ଅବଦୂତ ମଠରେ ସୂର୍ଯ୍ୟ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ନିତିକାନ୍ତୀ। ଘରେ ମଧ୍ୟ ଲୋକେ ନିଜ ପରିବାରକୁ ରୋଗମୁକ୍ତ କରିବା ପାଇଁ ସୂର୍ଯ୍ୟଙ୍କୁ ପୂଜା କରିଥାନ୍ତି। ପୌରାଣିକ କଥା ଅନୁସାରେ, କୃଷ୍ଣଙ୍କ ପୁତ୍ର ଶାମ୍ବ ବ୍ୟାଧି ମୁକ୍ତି ପାଇଁ କୋଣାର୍କ ତଥା ତତ୍କାଳୀନ ମୈତ୍ରୀୟ ବନରେ ସୂର୍ଯ୍ୟ ଉପାସନା କରିଥିଲେ। ଆଜିର ଦିନରେ ଶାମ୍ବ ଚନ୍ଦ୍ରଭାଗାରେ ସ୍ନାନ କରିବା ପରେ ସୂର୍ଯ୍ୟଙ୍କୁ ପୂଜା କରି ବ୍ୟାଧିମୁକ୍ତ ହୋଇଥିଲେ।