ଓଡ଼ିଶାର ଭୂମି ସମୃଦ୍ଧ ଭାରତର ପ୍ରତୀକ: ପ୍ରଧାନମନ୍ତ୍ରୀ

Jan 9, 2025 - 19:53
 6
ଓଡ଼ିଶାର ଭୂମି ସମୃଦ୍ଧ ଭାରତର ପ୍ରତୀକ: ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଜନତା ମଇଦାନରେ ୧୮ ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରବାସୀ ଭାରତୀୟ ଏକ୍ସପ୍ରେସ ଟ୍ରେନ୍ ର ମଧ୍ୟ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ଭୂମି ଭାରତର ସମୃଦ୍ଧିର ପ୍ରତୀକ। ଓଡ଼ିଶାର ଐତିହ୍ୟ ଓ ଭାସ୍କର୍ଯ୍ୟ ପ୍ରତ୍ୟେକଙ୍କୁ ଗର୍ବିତ କରେ। ଓଡ଼ିଶାର ବାଲିଯାତ୍ରା ହେଉଛି ବିଶ୍ଵ ବାଣିଜ୍ୟ ପରମ୍ପରାର ପ୍ରତୀକ ଓ ଧଉଳି ହେଉଛି ଶାନ୍ତିର ପ୍ରତୀକ। ଗତକାଲି ଆରମ୍ଭ ହୋଇଥିବା ଏହି ସମ୍ମିଳନୀ ଆସନ୍ତାକାଲି ଉଦଯାପିତ ହେବ। ଏଥିରେ ୭୦ ଦେଶର ପ୍ରବାସୀ ଭାରତୀୟ ଯୋଗ ଦେଇଛନ୍ତି।