ନକଲି ଟାୟାର ଗୋଦାମ ଉପରେ ଚଢ଼ଉ

Jan 9, 2025 - 19:54
 129

କଟକ: ଜଗତପୁର ଅଞ୍ଚଳର ଏକ ଟାୟାର ଗୋଦାମ ଉପରେ ଚଢ଼ଉ କରିଛି ପୋଲିସ୍। ଉତ୍କଳ ଡିଷ୍ଟ୍ରିବ୍ୟୁଟର ନାମକ ଟାୟାର୍‌ ଗୋଦାମରେ ବିଭିନ୍ନ ନାମୀ କମ୍ପାନୀର ନକଲି ଟାୟାର ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ନକଲି ଟାୟାରରେ ନାମୀ କମ୍ପାନୀର ଲେବଲ୍ ଲଗାଇ ହେଉଥିଲା ବିକ୍ରି। ଗୋଦାମ ସିଲ୍ କରିବା ସହ ମାଲିକକୁ ଅଟକ ରଖିଛି ଜଗତପୁର ପୋଲିସ୍।