ଓଡ଼ିଶାରେ ଅଛନ୍ତି ୫୨୮୪ ଭିକାରୀ

Feb 14, 2025 - 22:42
 35

ଭୁବନେଶ୍ୱର: ଓଡ଼ିଶାରେ ଅଛନ୍ତି ୫୨୮୪ ଭିକାରୀ। ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ଦେଇଛନ୍ତି ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମନ୍ତ୍ରୀ କହିଛନ୍ତି ଯେ କଟକରେ ସର୍ବାଧିକ ୧୦୬୦ ଭିକାରୀ ଅଛନ୍ତି। ବରଗଡ଼ରେ ୫୯୫, ଗଞ୍ଜାମରେ ୫୪୫ ଭିକାରୀ, ବଲାଙ୍ଗିରରେ ୪୮୨, ସୁନ୍ଦରଗଡ଼ରେ ୪୧୭ ଭିକାରୀ, ପୁରୀରେ ୩୫୦ ଭିକାରୀ ଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ। ରାଜ୍ୟକୁ ଭିକାରୀମୁକ୍ତ କରିବାକୁ ଯୋଜନା ଚାଲିଛି। ପ୍ରଥମ ପର୍ଯ୍ୟାୟରେ ପୁରୀ ଓ ଭୁବନେଶ୍ୱରରେ ହେବ ଅଭିଯାନ।