ୟୁକ୍ରେନ୍ କୁ ଶାନ୍ତି ଫେରିବ: ପ୍ରଧାନମନ୍ତ୍ରୀ ମୋଦି

Feb 14, 2025 - 22:42
 5
ୟୁକ୍ରେନ୍ କୁ ଶାନ୍ତି ଫେରିବ: ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ୟୁକ୍ରେନ୍ କୁ ଶୀଘ୍ର ଶାନ୍ତି ଫେରିବ ବୋଲି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ହ୍ବାଇଟ୍ ହାଉସ୍ ରେ ଆଲୋଚନା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମସ୍ୟାର ସମାଧାନ ଯୁଦ୍ଧରେ ନାହିଁ। ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନ ହେବ। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପ୍ରକାଶ କରିଛନ୍ତି ଯେ ଖୁବ୍ ଶୀଘ୍ର ଯୁଦ୍ଧ ଶେଷ ହେବାର ସଂକେତ ମିଳୁଛି। ଭାରତକୁ ଏଫ୍ ୩୫ ଲଢ଼ୁଆ ବିମାନ ଦେବ ଆମେରିକା ବୋଲି ସେ ଘୋଷଣା କରିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ବହୁ ପ୍ରସଙ୍ଗରେ ଆଲୋଚନା ହୋଇଛି। ପ୍ରତିରକ୍ଷା, ଶକ୍ତି ଓ ବାଣିଜ୍ୟ କ୍ଷେତ୍ର ନେଇ ହୋଇଛି ଆଲୋଚନା। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବିକାଶ ପାଇଁ ହାତ ମିଲାଇବେ ଭାରତ ଓ ଆମେରିକା।