ବୁର୍ଲା ଭୀମସାରରେ ୨ ଛାତ୍ର ଗୋଷ୍ଠୀ ମଧ୍ଯରେ ଗଣ୍ଡଗୋଳ, ୩ ଆହତ

Oct 7, 2024 - 14:18
 3

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା ବୁର୍ଲା ଭୀମସାରରେ ୨ ଛାତ୍ର ଗୋଷ୍ଠୀ ମଧ୍ଯରେ ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ୟୁଜି ଛାତ୍ର ସଂଘ ବାର୍ଷିକୀ ଉତ୍ସବରେ ଏହି ଘଟଣା ଘଟିଛି। ଇଣ୍ଟର୍ନ ଛାତ୍ରଙ୍କୁ ପିଜି ଛାତ୍ର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ସଂଘର୍ଷରେ ୩ ଜଣ ଇଣ୍ଟର୍ନ ଛାତ୍ର ଆହତ ହୋଇଥିବା ସୂଚନା। ବିଳମ୍ବିତ ରାତିରେ ୨୦ରୁ ଅଧିକ ଛାତ୍ର ଥାନାର ଦ୍ବାରସ୍ଥ ହୋଇଛନ୍ତି।