ପଦ୍ମ ପୁରସ୍କାର ନେଇ ଓଡ଼ିଶା ଫେରିଲେ ଗୁରୁ ଗୋପୀନାଥ ସ୍ୱାଇଁ

ଭୁବନେଶ୍ୱର: କଳା କ୍ଷେତ୍ରରେ ଉଲ୍ଲଖନୀୟ ଅବଦାନ ପାଇଁ ଗୁରୁ ଗୋପୀନାଥ ସ୍ୱାଇଁ ପଦ୍ମ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ପୁରସ୍କାର ଗ୍ରହଣ କରି ଓଡିଶା ଫେରିଛନ୍ତି ଗୁରୁ ଗୋପୀନାଥ ସ୍ୱାଇଁ। ସମ୍ମାନ ପାଇ ଖୁସି ବ୍ୟକ୍ତ କରିଛନ୍ତି ଗୁରୁ ଗୋପୀନାଥ ସ୍ୱାଇଁ। ସେ ୧୦ ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ। ଦୀର୍ଘ ନ ଦଶନ୍ଧି ଧରି ପାରମ୍ପାରିକ କୃଷ୍ଣ ଲୀଳାର ଜଣେ ଗୁରୁ ଓ କଳାକାର ଭାବେ ଖ୍ୟାତି ଅର୍ଜନ କରିଛନ୍ତି ଗୁରୁ ଗୋପୀନାଥ। ପ୍ରାରମ୍ଭିକ ପାଣ୍ଡୁଲିପିରୁ ନେଇ କୃଷ୍ଣ ଲୀଳାର ଉତ୍ପତ୍ତି ଇତିହାସ ଆଦି ବିଷୟରେ ତଥ୍ୟ ସଂଗ୍ରହ କରିଛନ୍ତି ଗୁରୁ ଗୋପୀନାଥ। ସମ୍ମାନିତ ହେବାରେ ସାମାନ୍ୟ ବିଳମ୍ବ ହୋଇଥିବା କହି ଦୁଃଖ ପ୍ରକାଶ କରିଛନ୍ତି ଗୁରୁ ଗୋପୀନାଥ ସ୍ୱାଇଁ ଓ ତାଙ୍କ ଶିଷ୍ୟ। ଶୀଘ୍ର କଳାକୁ ସମ୍ମାନିତ କରାଯାଇ ପାରିଥିଲେ ଆହୁରି ଅନେକ ତଥ୍ୟ ଲୋକ ଗୀତ, ଲୋକ କଳା ଆଦି ସଂଗୃହିତ ହୋଇପାରିଥାନ୍ତା ବୋଲି ସେ ଉଲ୍ଲେଖ କରିଛନ୍ତି।