ଓଡ଼ିଶା ସୀମାରେ ହାଇ ଆଲର୍ଟ

ଭୁବନେଶ୍ୱର : ଜାମ୍ମୁ ଓ କାଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ଓଡ଼ିଶା ସୀମାରେ ହାଇ ଆଲର୍ଟ ଜାରି ହୋଇଛି। ପଶ୍ଚିମବଙ୍ଗରୁ ଆସୁଥିବା ଗାଡ଼ି ଯାଞ୍ଚ କରୁଛି ପୋଲିସ। ଲୋକଙ୍କ କାଗଜପତ୍ର ଯାଞ୍ଚ କରାଯାଉଛି। ବିଭିନ୍ନ ଗଳାବାଟରେ ବ୍ୟାପକ ପୋଲିସ କର୍ମଚାରୀ ମୁତୟନ ଥିବା ସୂଚନା। ସେପଟେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ପାକିସ୍ତାନ ପତାକା ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ପୋଷ୍ଟରରେ ଲେଖାଯାଇଛି ପାକିସ୍ତାନ ମୁର୍ଦ୍ଦାବାଦ।