ଶିମିଳିପାଳ ସୁରକ୍ଷା ପାଇଁ ମିନି ମାରାଥନ୍

Mar 2, 2025 - 23:17
 4
ଶିମିଳିପାଳ ସୁରକ୍ଷା ପାଇଁ ମିନି ମାରାଥନ୍

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ମିନି ମାରାଥନ୍ `ରନ୍ ଫର୍ ଶିମିଳିପାଳ' ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ମିନି ମାରାଥନ୍‌ରେ ସାମିଲ ହେଲେ ୯୦୦ରୁ ଅଧିକ ଯୁବକ, ଯୁବତୀ । ୧୦ କିମି ମାରାଥନ୍ ଉଦ୍‌ଘାଟନ ସହ ଦୌଡରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଲେ ଯେ ଶିମିଳିପାଳର ସୁରକ୍ଷା ପାଇଁ ଚଳିତ ବଜେଟରେ ୫୦ କୋଟିର ବ୍ୟବସ୍ଥା ହୋଇଛି।