ବରଯାତ୍ରୀରେ ନାଗୀନ ଡାନ୍ସ
ଭଦ୍ରକ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଚେଡ଼ାକ ଗାଁରେ ବରଯାତ୍ରୀ ନାଗ ସାପ ଧରି ନାଗୀନ ଡାନ୍ସ କରିଥିବା ଚିତ୍ର ସାମ୍ନାକୁ ଆସିଛି। ଜଣେ ଯୁବକ ସାପ ଖେଳାଉଛି ଓ ଦୁଇ ଜଣ କିନ୍ନର ନାଚୁଥିବା ଦେଖିବାକୁ ମିଳିଥିଲା। ଚଢ଼ାଉ କରି ୩ଟି ସାପ ଜବତ କଲେ ବନ କର୍ମଚାରୀ। ବନ୍ୟାପ୍ରାଣୀ ଆଇନ ଉଲଂଘନ ନେଇ ହୋଇଛି ଅଭିଯୋଗ।