କଟକରେ କାର୍ତ୍ତିକେଶ୍ୱର ମେଢ଼ ଭସାଣି ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଢେଲା ପଥର ମାଡ଼
କଟକ: କଟକ ବକ୍ସି ବଜାର ଅଞ୍ଚଳରେ କାର୍ତ୍ତିକେଶ୍ୱର ମେଢ଼ ଭସାଣି ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଢେଲା ପଥର ମାଡ଼ ହୋଇଛି। ଢେଲା ପଥର ମାଡ଼ରେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଏଥିରେ ଦୁଇଟି ଦୋକାନ, ଗୋଟିଏ କାର ଓ ବାଇକ୍ ଭାଙ୍ଗିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ୍ ପକ୍ଷରୁ ସ୍ଥିତି ନିୟନ୍ତ୍ରଣକୁ ଅଣାଯାଇ ଫ୍ଲାଗ ମାର୍ଚ୍ଚ କରାଯାଇଛି।