ରାସ୍ତା ମଝିରେ ଗର୍ତ୍ତ; ଲୋକେ ହନ୍ତସନ୍ତ

Feb 24, 2025 - 22:50
 61
ରାସ୍ତା ମଝିରେ ଗର୍ତ୍ତ; ଲୋକେ ହନ୍ତସନ୍ତ

ଭୁବନେଶ୍ୱର: ଭୁବନେଶ୍ୱର ଜଗନ୍ନାଥ ନଗର ଠାରୁ ପୁରୀ ବାଇପାସ ଜାତୀୟ ରାଜପଥ ସହ ସଂଯୋଗ ମୁଖ୍ଯ ରାସ୍ତା (ଓ୍ବାର୍ଡ ନଂ ୧୯ ) ରାସ୍ତା ନିର୍ମାଣ ନିମନ୍ତେ ବାରମ୍ବାର ସ୍ଥାନୀୟ କର୍ପୋରେଟର ସ୍ମୃତିରେଖା ବରିସଲଙ୍କୁ ଏବଂ ମେୟରଙ୍କୁ ଅବଗତ କରିବା ସତ୍ତ୍ବେ କୌଣସି ଫଳ ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଏହି ମୁଖ୍ଯ ରାସ୍ତାକୁ ବିଗତ ବର୍ଷେ ତଳେ ମରାମତି କରାଯାଇଥିଲା। ଏହି ରାସ୍ତା ଦେଇ ଶହ ଶହ ଯାନବାହାନ ଯିବାଆସିବା କରୁଛନ୍ତି। ଦିନ ହେଉ କି ରାତି ସବୁବେଳେ ଏହି ରାସ୍ତାରେ ବିପଦ ରହିଛି। ରାସ୍ତା ମରାମତି କରିବାକୁ ବହୁତ ଥର ନିବେଦନ କରିଆସୁଛନ୍ତି ସ୍ଥାନୀୟ ବାସିନ୍ଦା। କର୍ପୋରେଟରଙ୍କୁ କହିଥିଲେ ମଧ୍ୟ ତାଙ୍କ ଠାରୁ ସନ୍ତୁଷ୍ଟଜନକ ଉତ୍ତର ପାଉନାହୁଁ । ସେ କହିଛନ୍ତି କି ମୁଁ ବିଧାୟକଙ୍କୁ କହିଦେଇଛି । ଯଦି ଏହି ରାସ୍ତା ପାଇଁ ବିଲ୍ ପାସ୍ କରିଦେବେ ତେବେ ଅତି ଶ୍ରୀଘ୍ର ମରାମତି କରିଦିଆଯିବ। କାହାକୁ କହିଲେ କିଏ ଶୁଣିବ। ରାସ୍ତା ନୂଆ କରି ତିଆରି ଚାଲିଛି ଏବଂ ରାସ୍ତା ଦିନ କୁ ଦିନ ବିରାଟ ବିରାଟ ଖାଲ ହୋଇଯାଉଛି। ଏହାକୁ ଦେଖିବାକୁ ସମୟ ନାହିଁ.. ଏଠାରେ ସାଧାରଣ ଲୋକ ଜୀବନ ହାରିଲେ କିମ୍ବା କ୍ଷତିଗସ୍ତ ହେଲେ ପ୍ରଶାସନ ଏହା ପ୍ରତି ଦୃଷ୍ଟି ଦେବେ ତ ବୋଲି କହିଛନ୍ତି ପ୍ରିୟବ୍ରତ ଭୁଇଆଁ (ସ୍ଥାନୀୟ ବାସିନ୍ଦା), ବିଯେନ୍ଦ୍ର କର (ସ୍ଥାନୀୟ ବାସିନ୍ଦା), ବୈଜୟନ୍ତୀ ଜେନା (ବିଜେପି କର୍ପୋରେଟର ପ୍ରାର୍ଥୀ), ନିରଞ୍ଜନ ରାଉତରାୟ (ବଶିଷ୍ଠ କାର୍ଯ୍ୟକର୍ତ୍ତା, ୱାର୍ଡ ୧୮) ଓ ନଳିନୀକାନ୍ତ ମହାନ୍ତି (ଯୁବ ସମାଜସେବୀ)।