ରୟାଲ ସାଇନ୍ସ୍‌ କଲେଜରେ ସ୍ବାଗତ ଉତ୍ସବ

Jul 29, 2024 - 23:05
 9

ଭୁବନେଶର: ମଚେଶ୍ୱର ଶିଳ୍ପାଂଚଳସ୍ଥିତ ଓଡ଼ିଶାର ସଂପୂର୍ଣ୍ଣ ଆବାସିକ +୨ ମହାବିଦ୍ୟାଳୟ ରୟାଲ କଲେଜ ଅଫ୍‌ ସାଇନ୍ସ୍‌ ଏଣ୍ଡ୍‌ ଟେକ୍ନୋଲୋଜି ପରିସରରେ ନବାଗତ ଦ୍ୱାବିଂଶତମ ବ୍ୟାଚ ଓ ରୟାଲ ପବ୍ଲିକ୍‌ ସ୍କୁଲ୍‌ର ପଂଚମ ବ୍ୟାଚର ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ ଜଣାଇବା ନିମନ୍ତେ ସ୍ବାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଆର.ସି.ଏସ୍‌.ଟି ବନ୍ଦନା ଗାନ କରାଯାଇଥିଲା। ଏହି ଅବସରରେ କଲେଜ୍‌ର ପ୍ରାଚୀର ପତ୍ର ”ରିଜନ୍‌ ଦି ଏଟ୍ରା“ର ସ୍ବାଗତ ଉତ୍ସବ ସଂଖ୍ୟା ମୁ୍ଖ୍ୟ ଅତିଥି ତଥା କଲେଜର ଚେୟାରମ୍ୟାନ ଡ଼. ବିଷ୍ଣୁମୋହନ ମହାନ୍ତି ଉନ୍ମୋଚିତ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ କଠୋର ପରିଶ୍ରମ ଦ୍ୱାରା ନିଜସ୍ବ ଲକ୍ଷ୍ୟ ସ୍ଥଳରେ ପହଂଚିବା ସଙ୍ଗେ ସଙ୍ଗେ ଭବିଷ୍ୟତରେ ଜଣେ ସୁନାଗରିକ ହେବା ପାଇଁ ଉପଦେଶ ଦେଇଥିଲେ। ପ୍ରଥମ ବର୍ଷ ବିଦ୍ୟାର୍ଥୀମାନେ ସ୍ବପରିଚୟ ପ୍ରଦାନ କରି ସେମାନଙ୍କର ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ କହିଥିଲେ। କଲେଜର ଭାଇସ୍‌-ଚେୟାରମ୍ୟାନ ଶ୍ରୀଯୁକ୍ତ ମିଲନ୍‌ ମହାନ୍ତି ନବାଗତ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚାଭିଳାଷି ହେବା ସଙ୍ଗେ ସଙ୍ଗେ ନିଷ୍ଠାପର ଭାବରେ ଅଧ୍ୟୟନ କରି ଅନୁଷ୍ଠାନ ତଥା ସମାଜକୁ ଗୌରବାନ୍ବିତ କରିବାକୁ ପରାମର୍ଶ ଦେଇଥିଲେ । କଲେଜର ନିର୍ଦ୍ଦେଶକ ଡ଼. ପ୍ରଶାନ୍ତ ନାଥ, ଅଧ୍ୟକ୍ଷ ଶ୍ରୀଯୁକ୍ତ ଜୀବନ କିଶୋର ମିଶ୍ର, ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଅପରାହ୍ନରେ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ସ୍ବାଗତ ଉତ୍ସବରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା, ଓଡ଼ିଶାର ବିଭିନ୍ନ ଅଂଚଳରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କର ଅଭିଭାବକମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଇଂରାଜୀ ଅଧ୍ୟାପକ ସମ୍ବିତ ମିଶ୍ର ଙ୍କ ସହଯୋଗରେ ଦ୍ୱିତୀୟ ବର୍ଷ ଛାତ୍ରୀ ଶୁଭସ୍ମିତା ବାରିକ୍‌ ପରିଚାଳନା କରିଥିଲା ବେଳେ ଶୈଳଜା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।