ଚିକିଟି ମଦମୃତ୍ୟୁ ସଂଖ୍ୟା ୫ କୁ ବୃଦ୍ଧି

Sep 2, 2024 - 21:18
 44

ବ୍ରହ୍ମହପୁର: ଗଞ୍ଜାମ ଜିଲ୍ଳା ଚିକିଟି ମଦମୃତ୍ୟୁ ସଂଖ୍ୟା ୫ କୁ ବୃଦ୍ଧି ପାଇଛି। ଏମକେସିଜି ହସ୍ପିଟାଲର ଆଇସିୟୁରେ ଚିକିତ୍ସାଦିନ ଅବସ୍ଥାରେ ଜେନାପୁର ଗାଁର ପ୍ରଦୀପ ବେହେରାଙ୍କ ଆଜି ମୃତ୍ୟୁ ହୋଇଛି। ଏବେ ବି ଏମକେସିଜିରେ ୬ ଜଣ ବ୍ୟକ୍ତିଙ୍କର ଚିକତ୍ସା ଚାଲିଛି। ଗତ ୧୯ ତାରିଖରେ ବିଷାକ୍ତ ମଦ ପିଇବା ପରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କେତେ ଜଣ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ବିଭିନ୍ନ ଦେଶୀ ମଦ ବିକିରି ହେଉଥିବା ସ୍ଥାନରେ ଚଢ଼ାଉ କରିଥିଲା ଅବକାରୀ ବିଭାଗ।