ପୋଲିସ୍ ଭ୍ୟାନ୍ କୁ ଧକ୍କା ଦେଲା ଆମ୍ବୁଲାନ୍ସ, ହୋମଗାର୍ଡ ମୃତ

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା ପେଟ୍ରୋଲ ପମ୍ପ ନିକଟରେ ପୋଲିସ୍ ଭ୍ୟାନ୍ କୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ। ଦୁର୍ଘଟଣାରେ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଥିବା ବେଳେ ଇନ୍ସପେକ୍ଟରଙ୍କ ସମେତ ୪ ଜଣ ପୋଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ଗୁରୁତର ଇନ୍ସପେକ୍ଟର ଓ ଭ୍ୟାନ୍ ଡ୍ରାଇଭରଙ୍କୁ କଟକ ବଡ଼ମେଡ଼ିକାଲ ସ୍ଥାନତର କରାଯାଇଛି।