ଓଡ଼ିଶାରେ ହଜାରେ ଟପିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

Jul 29, 2024 - 23:06
 47

ଭୁବନେଶ୍ୱର: ଗତକାଲି ସୁଦ୍ଧା ଓଡ଼ିଶାରେ ହଜାରେ ପାର କରିଛି ରୋଗୀଙ୍କ ସଂଖ୍ୟା । ଗତବର୍ଷ ଏହି ସମୟରେ ୬୦୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ଚଳିତ ବର୍ଷ ରୋଗୀଙ୍କ ସଂଖ୍ୟା ବଢ଼ି ୧୦୭୬ରେ ପହଞ୍ଚିଛି । ଖୋର୍ଦ୍ଧାରେ ସର୍ବାଧିକ ୨୯୦ ରୋଗୀ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରେ ୨୧୦ ଚିହ୍ନଟ ହୋଇଛନ୍ତି। ଗତକାଲି ୨୦୯ ଜଣକ ସାମ୍ପୁଲରୁ ୧୯ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି।