ବିକାଶର କେନ୍ଦ୍ରବିନ୍ଦୁ ହେବ ଓଡ଼ିଶା: ମୁଖ୍ୟମନ୍ତ୍ରୀ

Jul 29, 2024 - 23:07
 37

ଭୁବନେଶ୍ୱର: ବିକାଶର କେନ୍ଦ୍ରବିନ୍ଦୁ ହେବ ଓଡ଼ିଶା। ପାଞ୍ଚ ବର୍ଷରେ ଓଡ଼ିଶା ବହୁ ଆଗକୁ ଯିବ । ଆଜି ତିନି ଦିନିଆ ଦିଲ୍ଲୀ ଗସ୍ତ ସାରି ଫେରିବା ପରେ ଏହା କହିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୨୦୩୬ ସୁଦ୍ଧା ନୂଆ ଓଡ଼ିଶା ଗଠନ ଲକ୍ଷ୍ୟ ରହିଛି। ନୀତି ଆୟୋଗ ବୈଠକ ଫଳପ୍ରଦ ହୋଇଛି। ରାଜ୍ୟର ସ୍ବାର୍ଥ ପାଇଁ କେନ୍ଦ୍ର ନିକଟରେ ବିଭିନ୍ନ ଦାବି ରଖାଯାଇଛି। ଆଳୁ ସମସ୍ୟା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା ହୋଇଛି। ଖୁବ୍ ଶୀଘ୍ର ଆଳୁ ଯୋଗାଣ ସମସ୍ୟା ସମାଧାନ ହେବ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ।