ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ପାଇଁ ଆଜିଠୁ କାର୍ଯ୍ୟକ୍ରମ
ପୁରୀ: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ପାଇଁ ଆଜିଠୁ ଆରମ୍ଭ ହେବ କାର୍ଯ୍ୟକ୍ରମ । ସନ୍ଧ୍ୟା ୫ଟା ରୁ ୬ଟା ମଧ୍ୟରେ ଶ୍ରୀନଅର ଠାରେ ଗଜପତି ମହାରାଜା ଆଚାର୍ଯ୍ୟ ବରଣ କରିବେ। ଗୁଆଟେକା କାର୍ଯ୍ୟ ଶେଷ ହେବା ପରେ କରାଯିବ ଅଙ୍କୁରରୋପଣ। ଶ୍ରୀମନ୍ଦିର ପ୍ରଶାସନକୁ ପ୍ରକଳ୍ପ ହସ୍ତାନ୍ତର କରିଛି ଠିକା ସଂସ୍ଥା।