ଭୁବନେଶ୍ବରରେ ପାନ ଦୋକାନରୁ ଗଞ୍ଜେଇ ଜବତ
ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଲରେ ଥିବା ଏକ କଲେଜ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଓ ଗଞ୍ଜେଇ ସିଗାରେଟ୍ ଜବତ କରିଛି ଅବକାରୀ ବିଭାଗ। ଏକ ପାନ ଦୋକାନରେ ଗଞ୍ଜେଇ ବେପାର ଚାଲିଥିବା ଖବର ପାଇ ଚଢ଼ାଉ କରିଥିଲେ ଅବକାରୀ ବିଭାଗ କର୍ମଚାରୀ। ଚଢ଼ାଉ ବେଳେ ୮ କେଜି ଗଞ୍ଜେଇ, ଗଞ୍ଜେଇ ସିଗାରେଟ୍ ଓ ନଗଦ ୩୬୦୦୦ ଟଙ୍କା ଜବତ କରାଯାଇଛି। ଏହି ଘଟଣାରେ ପାନ ଦୋକାନୀ ସୁକାନ୍ତ ଦାସ ଗିରଫ ହୋଇଛନ୍ତି।