ଓଡ଼ିଶାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି

Jun 28, 2024 - 21:38
 39

ଭୁବନେଶ୍ଵର: ଓଡ଼ିଶାରେ ବଢ଼ିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଗତବର୍ଷ ତୁଳନାରେ ଡେଙ୍ଗୁ ସ୍ଥିତି ଦୁଇ ଗୁଣା ବୃଦ୍ଧି ପାଇଛି। ବର୍ଷା ବଢ଼ିବା ଯୋଗୁଁ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ଦେଇଥିବା ସୁଚନା ଅନୁଯାୟୀ ଗତକାଲି ସୁଦ୍ଧା ରାଜ୍ୟରେ ୨୮୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୮୦ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।