ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଗନ୍ନାଥ ସେନା ର ଆବାହକଙ୍କୁ ସମ୍ୱର୍ଦ୍ଧନା
କଟକ : ଶ୍ରୀମନ୍ଦିରର ଚାରି ଦୁଆର ଖୋଲା ସରିଛି । ଆଗକୁ ମଧ୍ୟ ରତ୍ନ ଭଣ୍ଡାର ଖୋଲା ହେବ ବୋଲି ଘୋଷଣା ସରିଛି। ଏହି ଚାରି ଦୁଆର ଖୋଲିବାରେ ଜଗନ୍ନାଥ ସେନାର ଆବାହକ ଶ୍ରୀଯୁକ୍ତ ପିକୁ ପଟ୍ଟନାୟକଙ୍କର ଭୂମିକା ସର୍ବାଗ୍ରେ ରହିଛି । ସବୁବେଳେ ଶ୍ରୀମନ୍ଦିରର ଉଚିତ୍ କାର୍ଯ୍ୟଧାରା ପାଇଁ ସେ ଆବେଦନ କରିଥାନ୍ତି । ତାଙ୍କର ଏହି ମହନୀୟ ଉଦ୍ୟମ ପାଇଁ ଆଜି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶ୍ରୀଯୁକ୍ତ ପ୍ରିୟରଞ୍ଜନ ପଟ୍ଟନାୟକଙ୍କୁ ପୁରୀର ଜଗତ ପ୍ରତିହାରୀ ଜାଗା ପୀଠ ଠାରେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି,ଜୟଦେବ ରାଉତ, ଉମାକାନ୍ତ ମହାରଣା, ଭାବଗ୍ରାହୀ ସାହୁ ଓ ଉତ୍ତମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।