ସ୍ଥଳଭାଗ ଛୁଇଁବା ପରେ ସାମାନ୍ୟ ରିକର୍ଭ କରିବ ବାତ୍ୟା
ଭୁବନେଶ୍ୱର: ସ୍ଥଳଭାଗ ଛୁଇଁବା ପରେ ସାମାନ୍ୟ ରିକର୍ଭ କରିବ ବାତ୍ୟା ଦାନା। ସ୍ଥଳଭାଗ ଛୁଇଁବା ପରେ ପଶ୍ଚିମ ଓ ପଶ୍ଚିମ ଦକ୍ଷିଣ ଦିଗକୁ ରିକର୍ଭ କରିବା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଅକ୍ଟୋବର ୨୬ ରେ ଦକ୍ଷିଣ ପ୍ରଭାବରେ ଓଡ଼ିଶାରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି ମଧ୍ୟରାତ୍ରୀରେ ଓ ଆସନ୍ତାକାଲି ସକାଳ ଭିତରେ ଧାମରା ଓ ଭିତରକନିକା ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ବାତ୍ୟା ପ୍ରଭାବରେ ବାଲେଶ୍ଵର ଜିଲ୍ଲା ନୀଳଗିରି ଓ ପୁରୀ ଜିଲ୍ଲା କୋଣାର୍କ ଓ ଅସ୍ତରଙ୍ଗରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ଭାଙ୍ଗିଲା ଗଛ ଡାଳ।