ପିପିଲି ଟୋଲ୍ ଗେଟ୍ ରେ ଫାଙ୍କା ଗୁଳିଚାଳନା, ୫ ଗିରଫ

ଭୁବନେଶ୍ୱର: ଆଜି ପୁରୀ ଜିଲ୍ଲା ପିପିଲି ଟୋଲ୍ ଗେଟ୍ ରେ ଫାଙ୍କା ଗୁଳିଚାଳନା ହୋଇଛି। ଟୋଲ୍ କର୍ମଚାରୀଙ୍କ ସହ ବଚସାରୁ ଦୁଇ ରାଉଣ୍ଡ ଫାଙ୍କା ଗୁଳିମାଡ଼ ହୋଇଥିଲା। ଦୁର୍ବୃତ୍ତଙ୍କୁ ଧରିବାକୁ ପିପିଲି, ନିମାପଡ଼ା, ବଳଙ୍ଗା ଓ ଗୋପ ଥାନା ପୋଲିସ୍ ଙ୍କୁ ନେଇ ଏକ ଟିମ୍ ଗଠନ ହୋଇଥିଲା। ପରେ ଚଢ଼ାଉ କରି ଗ୍ରାମବାସୀଙ୍କ ସହାୟତାରେ ୫ ଜଣଙ୍କୁ ଗିରଫ କରାଯାଇଛି।