କଟକ ଓ ଭୁବନେଶ୍ୱର ମଧ୍ୟରେ ଚାଲିଲା ସ୍ଵତନ୍ତ୍ର ବସ୍
ଭୁବନେଶ୍ୱର: ଓଡ଼ିଶାରେ ଆଜିଠୁ ଆରମ୍ଭ ହୋଇଥିବା ଘରୋଇ ବସ୍ ଧର୍ମଘଟକୁ ଦୃଷ୍ଟିରେ ରଖି ଚାଲିଲା ଓଏସ୍ଆରଟିସିର ସ୍ବତନ୍ତ୍ର ବସ୍ । ଧର୍ମଘଟ ଯୋଗୁଁ ଭୁବନେଶ୍ୱର ବରମୁଣ୍ଡା ଷ୍ଟାଣ୍ଡରେ ରହିଛନ୍ତି ଶହ ଶହ ଯାତ୍ରୀ। ପ୍ରାୟ ୧୪,୦୦୦ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି। ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦେଇଛି ଘରୋଇ ବସ୍ ମାଲିକ ସଂଘ।