ଓଡ଼ିଶାର ବିଭିନ୍ନ ସ୍ଥାନରେ ମୃଦୁ ଭୂକମ୍ପ

Feb 25, 2025 - 22:30
 7

ଭୁବନେଶ୍ୱର: ଆଜି ଓଡ଼ିଶାର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ସକାଳ ୬:୧୦ ରେ ଭୁବନେଶ୍ବର, ବାଲେଶ୍ବର, କଟକ, ବାରିପଦା, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୧ ଥିବା ସୂଚନା ମିଳିଛି। ବଙ୍ଗୋପସାଗରେ ରହିଛି ଭୂକମ୍ପର କେନ୍ଦ୍ରସ୍ଥଳ। ପୁରୀରୁ ୨୮୬ ଓ ଭୁବନେଶ୍ବରରୁ ୨୯୭ କିମି ଦୂରରେ କେନ୍ଦ୍ରସ୍ଥଳ ରହିଛି। ସେହିପରି ବ୍ରହ୍ମପୁର ଠାରୁ ୩୯୪ କିମି ଦୂରରେ କେନ୍ଦ୍ରସ୍ଥଳ ରହିଛି। ଭାରତ ଓ ବାଂଲାଦେଶରେ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି।