ଅଗଷ୍ଟ ୭ରୁ ଓଡ଼ିଶା ସରକାରଙ୍କ ନିବେଶକ ସମ୍ମିଳନୀ

Aug 2, 2024 - 19:21
 40

ଭୁବନେଶ୍ୱର: ଅଗଷ୍ଟ ୭, ୮ ଓ ୯ ତାରିଖରେ ଓଡ଼ିଶା ସରକାରଙ୍କ ତରଫରୁ ଆୟୋଜିତ ହେବ ନିବେଶକ ସମ୍ମିଳନୀ । ପୁଣେ ଓ ଅହମ୍ମଦାବାଦରେ ହେବ ସମ୍ମିଳନୀ ବୋଲି ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ। ଅଟୋମୋବାଇଲ୍, ଫୁଡ୍ ପ୍ରୋସେସିଂ, ଡାଉନ୍ ଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ଏହି ସମ୍ମିଳନୀରେ ଯୋଗଦେବେ। ନିବେଶକଙ୍କ ସହ ଆଲୋଚନା ଓ ଗୋଲ ଟେବୁଲ ବୈଠକ ଅନୁଷ୍ଠିତ ହେବ। ଯୋଗଦେବେ ଶିଳ୍ପ, MSME ମନ୍ତ୍ରୀଙ୍କ ସହ ବିଭାଗୀୟ ଅଧିକାରୀ। ୨୦୨୯ ସୁଦ୍ଧା ଅଢ଼େଇ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ଆଣିବା ଲକ୍ଷ୍ୟ ରହିଛି ।