ରଘୁବର ଦାସ ଓଡ଼ିଶା ରାଜ୍ୟପାଳ
ଭୁବନେଶ୍ୱର: ରଘୁବର ଦାସ ହେବେ ଓଡ଼ିଶାର ନୂଆ ରାଜ୍ୟପାଳ। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଫେସର ଗଣେଶୀ ଲାଲଙ୍କ ସ୍ଥାନ ନେବେ ବରିଷ୍ଠ ବିଜେପି ନେତା ରଘୁବର ଦାସ। ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ରଘୁବର। ସେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ।