ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ବ୍ରହ୍ମପୁରରେ କଡ଼ା ସୁରକ୍ଷା ବ୍ଯବସ୍ଥା
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ନେଇ ବ୍ରହ୍ମପୁରରେ ସୁରକ୍ଷା ବ୍ଯବସ୍ଥା କଡ଼ାକଡି କରାଯାଇଛି। ସୁରକ୍ଷା ବ୍ଯବସ୍ଥା ପାଇଁ SPG ସହ ୩୦ ପ୍ଲାଟୁନ୍ ଫୋର୍ସ, ବମ୍ ସ୍କ୍ୱାଡ୍, ସନ୍ଧାନୀ କୁକୁର ମୁତୟନ କରାଯାଇଛି। ଏଥିସହ ସଂପୃକ୍ତ ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି। ଆଜି ରାତି ସାଢ଼େ ୯ଟାରେ ଓଡ଼ିଶା ପହଞ୍ଚିବେ ମୋଦି।