ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ବାତିଲ୍
ଭୁବନେଶ୍ୱର: ବାତିଲ୍ ହେଲା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ। ଆଜି ରାୟବାରେଲୀ ଲାଗି ନାମାଙ୍କନ ଥିବାରୁ ଗସ୍ତ ବାତିଲ୍ ହୋଇଛି। ଆଜି ରାୟଗଡ଼ା ଜନସଭାକୁ ସମ୍ବୋଧନ କରିଥାନ୍ତେ ରାହୁଲ। ରାହୁଲଙ୍କ ବଦଳରେ ଆସିପାରନ୍ତି କଂଗ୍ରେସର ତୁଙ୍ଗ ନେତା। ଏହି ସୂଚନା ଦେଇଛନ୍ତି ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନ।