ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାସଂଘର ଆନ୍ଦୋଳନ ସ୍ଥଗିତ

Oct 19, 2023 - 05:09
 62
ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାସଂଘର ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର: ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାସଂଘର ଆନ୍ଦୋଳନ ସ୍ଥଗିତ ରହିଛି। ଲକ୍ଷ୍ମୀ ପୂଜା ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ମଧ୍ୟ ବିଧାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି। ବୈଠକରେ ପୋଲିସ୍ ଓ ଭୁବନେଶ୍ୱର ମହାନଗର ନିଗମର ଅଧିକାରୀ ମାନେ ଉପସ୍ଥିତି ଥିଲେ। ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି। ମହାସଂଘର ୭ ଦଫା ଦାବି ଉପରେ ହୋଇଥିଲା ଆଲୋଚନା। ରାସ୍ତା ଗହଳି ଯୋଗୁଁ ଏକ ନମ୍ବର ହାଟ ଭିତରକୁ ପାରିବା ବୋଝେଇ ଟ୍ରକ୍ ଆସିପରୁନଥିଲା। ଅଭିଯୋଗ ସତ୍ତ୍ୱେ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଆନ୍ଦୋଳନ ନିଷ୍ପତ୍ତି ନେଇଥିଲା ମହାସଂଘ।