ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା; ଜନ ସମୁଦ୍ର ପାଲଟିଛି ବଡ଼ଦାଣ୍ଡ

Jun 4, 2023 - 16:09
 8
ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା; ଜନ ସମୁଦ୍ର ପାଲଟିଛି ବଡ଼ଦାଣ୍ଡ

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀକ୍ଷେତ୍ର ପୁରୀରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ। ଜନ ସମୁଦ୍ର ପାଲଟିଛି ବଡ଼ଦାଣ୍ଡ। ସ୍ନାନବେଦୀରେ ବିଜେ କଲେ ଚତୁ୍ଦ୍ଧାମୂର୍ତ୍ତି- ମହାପ୍ରଭୂ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ। ସ୍ନାନବେଦୀରେ ୧୦୮ ସୁବାସିତ ଜଳକୁମ୍ଭରେ ସ୍ନାନ କରିବେ ଶ୍ରୀଜୀଉ। ଭୋର୍ ୫ଟାରେ ପହଣ୍ଡି ଆରମ୍ଭ ହୋଇଥିଲା। ମହାସ୍ନାନ ପରେ ହାତୀବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ। ଶ୍ରୁଙ୍ଖଳିତ ଦର୍ଶନ ଓ ଭକ୍ତଙ୍କ ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି ୬୦ ପ୍ଲାଟୁନ ପୋଲିସ ଫୋର୍ସ।