ବାଲେଶ୍ବର ଟ୍ରେନ୍ ଦୁର୍ଘଟଣା: ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର: ବାଲେଶ୍ବର ବାହାନଗା ଟ୍ରେନ୍ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ୍ ରେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ଯମନ୍ତ୍ରୀ କହିଛନ୍ତି ଯେ, ଦୁର୍ଘଟଣାରେ ପୀଡିତ ଲୋକଙ୍କ ଜୀବନ ବଞ୍ଚାଇବାକୁ ଯଥାସମ୍ଭବ ଉଦ୍ୟମ କରାଯାଇଛି। ପ୍ରଧାନମନ୍ତ୍ରୀ ମଧ୍ଯ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଏପରି ବିପଦକାଳୀନ ପରିସ୍ଥିତିରେ ଲୋକଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି ।